ରାଜ୍ୟ ବଜେଟ୍‌ : ଚାଷୀଙ୍କୁ ନଜର

‘କାଳିଆ’ ଯୋଜନାକୁ ସବୁଠୁ ଅଧିକ ଟଙ୍କା, କୃଷି ପାଇଁ ୧୬.୭% ଅଧିକ ଅର୍ଥ ବରାଦ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ନିରାପତ୍ତାକୁ ଗୁରୁତ୍ବ

ଭୁବନେଶ୍ବର : କୃଷକମାନଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନା ବାବଦରେ ୪୪୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ଏପ୍ରିଲରୁ ବିନା ସୁଧରେ କୃଷି ଋଣ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ସୁଧ ରିହାତି ବାବଦରେ ୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଜଳସେଚନ ‌କ୍ଷେତ୍ରରେ ପାର୍ବତୀ ଗିରି ଉଠାଜଳସେଚନ ପାଇଁ ୧୭୭୭ କୋଟି, ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି ଟଙ୍କା ଅଟକଳ କରାଯାଇଛି।

୨୦୧୯-୨୦ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରେ ଚାଷୀ ଓ କୃଷିର ବିକାଶ ପାଇଁ ସର୍ବାଧିକ ଗୁରୁତ୍ବ ଦିଆଯିବା ସହିତ ଏଭଳି ବ୍ୟୟବରାଦ କରାଯାଇଛି। କେବଳ ସେତିକି ନୁହେଁ, ବଜେଟରେ ଗାଁ, ଗରିବ, ମହିଳା ଓ ଆଦିବାସୀଙ୍କୁ ଅଧିକ ଗୁରୁତ୍ବ ମିଳିଛି। ସ୍ବାସ୍ଥ୍ୟ, ଶିକ୍ଷାକୁ ମଧ୍ୟ ସରକାର େଫାକସ୍‌ରେ ରଖିଛନ୍ତି।

କୃଷି ଋଣ ଛାଡ଼ କରି େଗାଟିଏ ପରେ େଗାଟିଏ ରାଜ୍ୟ ଚାଷୀ ବର୍ଗକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ବର୍ଷରେ ନୂଆ ଧାରାରେ ଯାଇ କୃଷକଙ୍କର ଜୀବନଜୀବିକା ବିକାଶ ତଥା ସାମଗ୍ରିକ କଲ୍ୟାଣ ନିମନ୍ତେ କାଳିଆ େଯାଜନା ଆରମ୍ଭ କରିଥିଲେ। ଆକସ୍ମିକ ପାଣ୍ଠିରୁ ଏ ବାବଦରେ ଅର୍ଥ ବରାଦ କରାଯାଇଥିଲା। ୨୦୧୯-୨୦ ବଜେଟରେ ସର୍ବାଧିକ ଅର୍ଥ ଏହି େଯାଜନା ପାଇଁ ରଖିବା ସହିତ ଗତବର୍ଷ ତୁଳନାରେ କୃଷି ଓ ଆନୁସଙ୍ଗିକ େକ୍ଷତ୍ର ପାଇଁ ୧୬.୭% ଅଧିକ ଅର୍ଥ ବରାଦ କରିଛନ୍ତି। େମାଟ ବଜେଟ୍ ଆକଳନର ୧୪.୭%, କେବଳ ଏହି େକ୍ଷତ୍ର ପାଇଁ ଉଦ୍ଦିଷ୍ଟ। କୃଷି େକ୍ଷତ୍ରର ବିକାଶ ଲାଗି ବିହନ ଓ ସାର େଯାଗାଣ ପାଇଁ ଗଠିତ େହାଇଥିବା ପାଣ୍ଠିକୁ ଚାଲୁ ରଖିବା ପାଇଁ ୨୬୦େକାଟିର ବ୍ୟୟବରାଦ େହାଇଛି। େକ୍ଷତ ଯାନ୍ତ୍ରୀକରଣ େଯାଜନାରେ ୨୯୫େକାଟି, ଜାତୀୟ କୃଷି ସଂପ୍ରସାରଣ ଓ ବୈଷୟିକ ମିସନ ୨୮୫ େକାଟି, ଫୁଲ ଓ ମସଲା ଚାଷ ପାଇଁ ୧୦୦ େକାଟି, ଫସଲ ବୀମା ବାବଦକୁ ରାଜ୍ୟ ଅଂଶବାବଦରେ ୪୦୦ େକାଟି ଟଙ୍କା ବ୍ୟୟବରାଦ େହାଇଛି।

ଜଳସେଚନର ସଂପ୍ରସାରଣ ପାଇଁ ତ୍ବରିତ ଜଳସେଚନ ସୁବିଧା େଯାଜନା ମାଧ୍ୟମରେ ୨୧୭୫ େକାଟି, ମୁଖ୍ୟମନ୍ତ୍ରୀ ଆଡିବନ୍ଧ େଯାଜନାରେ ୪୦୨ େକାଟି, ଗଭୀର ନଳକୂପ ଖନନ ପାଇଁ ୩୦୦ େକାଟି, ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ପାଇଁ ୯୬୦ େକାଟିର ବ୍ୟୟବରାଦ େହାଇଛି।

ବଜେଟ ପ୍ରସ୍ତାବକୁ ଟିକିନିଖି େଖଳାଇଲେ େଦଖାଯାଉଛି େଯ କୃଷି ଓ ଆନୁସଙ୍ଗିକ େକ୍ଷତ୍ର ପାଇଁ ୧୯ହଜାର ୫୫୭ େକାଟିକୁ ବାଦ ଦେଲେ ଶିକ୍ଷା ଓ ଦକ୍ଷତା େକ୍ଷତ୍ର ପାଇଁ ୧୯ହଜାର ୯୧୧ େକାଟି, ସ୍ବାସ୍ଥ୍ୟ େକ୍ଷତ୍ର ୬ହଜାର ୭୦୮ େକାଟି, ପାଇପ େଯାଗେ ପାନୀୟ ଜଳ େଯାଗାଣ ପାଇଁ ୨୯୩୫ େକାଟି, ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ଚିହ୍ନିତ େଯାଜନା ଦ୍ବାରା କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୨ ହଜାର ୪୪ େକାଟି ଟଙ୍କା ବ୍ୟୟ ବରାଦ େହାଇଛି।

ଗାଁକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ େଯାଜନା ଓ ବିଜୁ ପକ୍କାଘର େଯାଜନାର ସେଂଯାଜନ ମାଧ୍ୟମରେ ୩ ହଜାର ୬୦୦ େକାଟି ଖର୍ଚ୍ଚ କରିବେ। ସ୍ବଚ୍ଛ ଭାରତ ମିସନ ଅଧୀନରେ ୧୬୦୦ େକାଟି ଖର୍ଚ୍ଚ େହବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ େଯାଜନାରେ ୨ହଜାର ୯୦୦ େକାଟି, ଆମ ଗାଁ ଆମ ବିକାଶ -ପିଠା ପାଇଁ ୪୦୦ େକାଟି, ମୁଖ୍ୟମନ୍ତ୍ରୀ ସଡ଼କ େଯାଜନାରେ ୩୫୦ େକାଟି ଟଙ୍କା ବିନିେଯାଗ ପାଇଁ ବାଟ େଖାଲିଛନ୍ତି।

ମଧୁବାବୁ େପନସନ୍ େଯାଜନାରେ ୮୦ ବର୍ଷରୁ କମ୍ ବୟସର ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରତିମାସରେ ୫୦୦ ଟଙ୍କା, ୮୦ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କୁ ମାସିକ ୭୦୦ ଟଙ୍କା ହିସାବରେ ୪୮ଲକ୍ଷ ଭତ୍ତା ପ୍ରଦାନ କରାଯାଇଛି। ଏଥିପାଇଁ ବଜେଟରେ ୨୧୨୦ େକାଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମାଗଣା ଔଷଧ ଓ ଚିକିତ୍ସା ଲାଗି ୮୬୪ େକାଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ମାଧ୍ୟମରେ ୫୭୮ େକାଟି ଖର୍ଚ୍ଚ େହବ। େଭଷଜ ମହାବିଦ୍ୟାଳୟକୁ ସହାୟତା ପାଇଁ ୧୨୮ େକାଟି ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ େଯାଜନାରେ ୧୩୨୩ େକାଟି ବ୍ୟୟ ବରାଦ କରାଯାଇଛି।

ମହିଳା ସଶକ୍ତିକରଣ ପାଇଁ ମମତା େଯାଜନାରେ ୨୦୧୯-୨୦ ବର୍ଷରେ ୩୦୫ େକାଟି ଖର୍ଚ୍ଚ େହବ। ସମନ୍ବିତ ଶିଶୁ ବିକାଶ େଯାଜନା ପାଇଁ ୧୦୫୯ େକାଟି ବ୍ୟୟ ବରାଦ େହାଇଛି, େଯଉଁଥିରେ ୪୦ ପ୍ରତିଶତ ଅଂଶଧନ ବାବଦରେ ଓଡ଼ିଶା ସରକାର ୩୫୧ େକାଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ େଯାଜନା ଅଧୀନରେ ମହିଳା ସ୍ବୟଂ ସହାୟକ େଗାଷ୍ଠୀ ଓ ମିସନ ଶକ୍ତି ଅଧୀନରେ େସମାନଙ୍କ ସଂଘ ପାଇଁ ୩୦୧ େକାଟି ବଜେଟରେ ରଖାଯାଇଛି।

ଶିକ୍ଷା ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ଖର୍ଚ୍ଚ ପାଇଁ ୩୦୦ େକାଟି, ସମଗ୍ର ଶିକ୍ଷା ଓ ମଧ୍ୟାହ୍ନ େଭାଜନ େଯାଜନା ପାଇଁ ୨୫୫୦ େକାଟି ଓ ୮୪୪ କୋଟି ବରାଦ େହାଇଛି। ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି େଯାଜନାରେ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ବହି, ୟୁନିଫର୍ମ ଆଦି ପାଇଁ ୨୩୯ େକାଟି ବରାଦ େହାଇଛି। ଏଥିରେ ସାଇକେଲ ବାବଦ ଅର୍ଥ ମଧ୍ୟ ରହିଛି। ଲାପଟପ୍ ପାଇଁ ୪୦ େକାଟି, ରୁସା ପାଇଁ ୨୨୫ େକାଟି, ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂୂମି ବିକାଶ ପାଇଁ ୧୫୦ େକାଟି ଅର୍ଥ ରଖାଯାଇଛି।

ସହରାଞ୍ଚଳରେ ଉନ୍ନତି େଯାଜନା ପାଇଁ ୪୦୧ େକାଟି, ବସ୍ତି ବାସଗୃହ ପାଇଁ ୪୦୦ େକାଟି, ଭୁବନେଶ୍ବର ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ୧୨୫ େକାଟି, ଅମୃତ େଯାଜନା ବାବଦରେ ୪୦୦ େକାଟି, ଜାଇକାରେ ଭୁବନେଶ୍ବର, କଟକ େସ୍ବରେଜ ପ୍ରକଳ୍ପ ପାଇଁ ୧୩୬ େକାଟିର ବ୍ୟୟବରାଦ େହାଇଛି।

ଭିତ୍ତିଭୂମି ସୁଦୃଢୀକରଣ ପାଇଁ ସରକାର ୩୩େକଭି ସବ୍‌ଷ୍ଟେସନ ଲାଗି ୫୩୩ େକାଟି ବ୍ୟୟ କରିବାକୁ େଯାଜନା କରିଛନ୍ତି। ରାଜଧାନୀରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି େଯାଗାଣ ପାଇଁ ୧୦୦ େକାଟି, ବିଜୁ େସତୁ ବାବଦରେ ୫୦୦ େକାଟି, ରାସ୍ତାର ବିକାଶ ପାଇଁ ୧୩୦୦ େକାଟି ବରାଦ କରାଯାଇଛି।

ସମ୍ବନ୍ଧିତ ଖବର