୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବିଜୟ ମିଶ୍ରଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ବର: ଆଜି ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୧୮ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ପ୍ରଖ୍ୟାତ କାହାଣୀକାର-ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି।

‘ଭିଜା ମାଟିର ସ୍ବର୍ଗ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏଥିଲାଗି ଏହାର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର ପ୍ରଦାନ କରାଯିବ। ଏହାର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ।

ଠିକ ସେହିପରି ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶାନ୍ତିରାଜ ଖୋସଲା ଶ୍ରେଷ୍ଠ  ସଙ୍ଗୀତ ନିର୍ଦ୍ଦେଶକ , ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର,  ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର ଏବଂ ଶ୍ରେଷ୍ଠ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ ବୋଲି ଜଣାଯାଇଛି। ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ  ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର