ତତଲା କଡେଇରେ ସାରା ଓଡ଼ିଶା, ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଥିଲା । ଏହା ଫଳରେ ଟିଟିଲାଗଡ଼ ଓଡ଼ିଶାର ସବୁଠାରୁ ତତଲା ସହରର ମାନ୍ୟତା ପାଇଛି । ସେହିପରି ଆଜି ବଲାଙ୍ଗୀରରେ ୪୩, ଝାରସୁଗୁଡ଼ାରେ ୪୨.୨, ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ୪୨, ସମ୍ବଲପୁରରେ ୪୧.୯, ହୀରାକୁଦରେ ୪୧.୫ ଓ ଅନୁଗୋଳରେ ୪୧.୧ ଡିଗ୍ରୀ, ସୁନ୍ଦରଗଡ଼ ୪୦.୫ ଓ ଫୁଲବାଣୀ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଆଶ୍ବସ୍ତିର କଥା ଯେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୪୦ ଡିଗ୍ରୀ ତଳେ ରହିଛି । ଆଜି ଭୁବନେଶ୍ବର ତାପମାତ୍ରା ୩୮.୨ ଡିଗ୍ରୀ ଥିଲା । ଗତ ସପ୍ତାହରେ କ୍ରମାଗତ ଭାବେ କିଛି ଦିନ ଭୁବନେଶ୍ବର ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହରର ମାନତା ପାଇଥିଲା । ସେହିପରି କଟକର ତାପମାତ୍ରା ଆଜି ୩୯ ଡିଗ୍ରୀ ରହିଥିଲା । ସେହିପରି ପୁରୀର ତାପମାତ୍ରା ୩୩ ଡିଗ୍ରୀ ଥିଲା । ତେବେ ତାଳଚେରର ତାପମାତ୍ରା ହସ୍ତଗତ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର