ଫେବ୍ରୁଆରୀ ୩ୟ ସପ୍ତାହରେ ରାଜ୍ୟ ବଜେଟ୍‌, ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାର ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ରାଜ୍ୟ ବଜେଟ୍‌ ଆଗତ କରିବେ । ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏକ ଲୋକାଭିମୁଖୀ ବଜେଟ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ଏକ ବିକାଶମୂଳକ ବଜେଟ ହେବ ବୋଲି ଆଶା କରାଯାଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ଏ ସଂପର୍କରେ ସଂକେତ ଦେଇଛନ୍ତି ।

ରାଜ୍ୟର ଯୋଜନା ଓ ସମନ୍ଵୟ ବିଭାଗ ପକ୍ଷରୁ ଏହି ବଜେଟ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଏହି କ୍ରମରେ ସରକାର ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।  ଏଥର ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଆଗତ କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାଦ ପଡ଼ିଥିବା ଲୋକମାନଙ୍କୁ ଯେପରି ସାମିଲ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରସ୍ତୁତ କରାଯିବ । ଏ ସଂପର୍କରେ ବିଜେଡ଼ି ତରଫରୁ ଗତ ୨୦୧୪ର ନିର୍ବାଚନୀ ଇସ୍ତାହାରରେ ସୂଚନା ଦିଆଯାଇଥିଲା । ଏହା ସହିତ କୃଷକ ପେନସନ, ରୋଜଗାର ଗ୍ୟାରେଣ୍ଟି ଆଦି ସଂପର୍କରେ ମଧ୍ୟ ସରକାର ଘୋଷଣା କରିପାରନ୍ତି । ଅନ୍ୟପକ୍ଷରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିପାରନ୍ତି ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର