ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂଆ ଯୋଜନା: ୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପ୍‌କିନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲ୍‌ ଛାତ୍ରୀମାନଙ୍କ ଲାଗି ‘ଖୁସି’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମୁତାବକ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍‌ଗୁଡ଼ିକରେ ପଢୁଥିବା ଷଷ୍ଠରୁ ଦ୍ୱାଦଶ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦିଆଯିବ। ଏହି ଯୋଜନାରେ ପ୍ରାୟ ୧୭ ଲକ୍ଷ ଛାତ୍ରୀ ଉପକୃତ ହେବେ। ଏହାବ୍ୟତୀତ ଅନ୍ୟ ବର୍ଗର ଯୁବତୀ ଏବଂ ମହିଳାମାନଙ୍କୁ ‘ଖୁସି’ ଯୋଜନା ଅଧିନରେ ରିହାତି ଦରରେ ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷାଣା କରିଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ଏପରି ଏକ ସଚେତନତାମୂଳକ ଯୋଜନାର ଆରମ୍ଭ କରିଥିବା ଜାଣିବାକୁ ମିଳିଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ  ମତ ପ୍ରକାଶ କରିଛନ୍ତି କି, ‘ମୁଁ ନିଶ୍ଚିତ ଯେ ଏହି ଯୋଜନା ହେତୁ ସ୍କୁଲ୍‌ ଯାଉଥିବା କିଶୋରୀମାନଙ୍କ ଭିତରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ। ଫଳରେ ଏହି ଯୋଜନା ମହିଳାଙ୍କୁ ଅଧିକ ଶଶକ୍ତିକରଣ ଦିଗକୁ ଅଗ୍ରସର କରାଇବ।’

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଡ଼ିଆ ଛାତ୍ରୀମାନଙ୍କୁ ମାଗଣା ବାଇସାଇକେଲ୍‌, ସ୍କୁଲ୍‌ ପୋଷାକ, ପୁସ୍ତକ ଆଦି ସରକାରଙ୍କ ତରଫରୁ ମିଳିସାରିଛି। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରତିଜ୍ଞାବଦ୍ଧ। ଏ ନେଇ ଶ୍ରୀ ପଟ୍ଟନାୟକ ପୂର୍ବରୁ ମତ ଦେଇଥିଲେ ଯେ ‘ମିସନ୍‌ ଶକ୍ତିରୁ ମମତା, ଏହାବ୍ୟତୀତ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଆମର ମହତ୍ୱପୂର୍ଣ୍ଣ ପରିକଳ୍ପନାର କେନ୍ଦ୍ରବିନ୍ଦୁ ପାଲଟିଛି।’

ସମ୍ବନ୍ଧିତ ଖବର