ଗଠିତ ହେବ ୪ ଆଞ୍ଚଳିକ ରକ୍ତ ସଂଚାରଣ ପରିଷଦ

ଭୁବନେଶ୍ୱର : ରାଜ୍ୟରେ ଗଠିତ ହେବ ୪ଟି ଆଞ୍ଚଳିକ ରକ୍ତ ସଂଚାରଣ ପରିଷଦ। ୩ଟି ପ୍ରମୁଖ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ରକ୍ତ ସଂଚାରଣ ପରିଷଦ ଅଧୀନରେ ଏହା କାର୍ଯ୍ୟ କରିବ। ଫଳରେ ରାଜ୍ୟରେ ସଂଗୃହୀତ ରକ୍ତର ଗୁଣବତ୍ତା ଯାଞ୍ଚ ଓ ତଦାରଖ ହୋଇପାରିବ।

ସୂଚନା ଅନୁଯାୟୀ, ସରକାରୀ ଓ ବେସରକାରୀ ରକ୍ତ ଭଣ୍ଡାରକୁ ମିଶାଇ ରାଜ୍ୟରେ ୮୨ ରକ୍ତ ଭଣ୍ଡାର କାର୍ଯ୍ୟ କରୁଛି। ରାଜ୍ୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ପକ୍ଷରୁ ରକ୍ତ ସଂଗ୍ରହ କରାଯାଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇପାରିଛି। ତେଣୁ ସଂଗୃହୀତ ରକ୍ତର ଗୁଣବତ୍ତା ଯାଞ୍ଚ ସହିତ ତଦାରଖ ପାଇଁ ରାଜ୍ୟରେ ୪ଟି ଆଞ୍ଚଳିକ ରକ୍ତ ସଂଚାରଣ ପରିଷଦ ଗଠନ କରାଯାଇଛି। ପ୍ରତ୍ୟେକ ପରିଷଦରେ ଜଣେ ଲେଖାଲଁ ମେଡିକାଲ ଅଧିକାରୀ ଓ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର