ଖଣିଜ କଲ୍ୟାଣ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି ବୋଲି କ୍ୟାବିନେଟ୍‌ ସଚିବ ପ୍ରଦୀପ କୁମାର ସିହ୍ନା କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟରେ ଏହି ଯୋଜନାର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ବେଳେ ସେ ଏହା କହିଛନ୍ତି। ସମୀକ୍ଷାରେ ଓଡ଼ିଶା ତରଫରୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌ ବାଲକୃଷ୍ଣନ ଏବଂ ଇସ୍ପାତ ଓ ଖଣି ସଚିବ ରାଜ କୁମାର ଶର୍ମା ଉପସ୍ଥିତ ଥିଲେ। ଜିଲ୍ଲା ଖଣି ପାଣ୍ଠି (ଡିଏମ୍‌ଏଫ୍‌)ରେ ପାଣ୍ଠି ମଞ୍ଜୁର କରିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଓଡ଼ିଶା ଯେଉଁ େଓ୍ଵବ୍‌ ପୋର୍ଟାଲ୍‌ ବିକଶିତ କରିଛି ତାହା ଅନ୍ୟମାନଙ୍କ ପାଇଁ ମଡେଲ୍‌ ପୋର୍ଟାଲ୍‌ ସାବ୍ୟସ୍ତ ହୋଇଛି। ଖୁବ୍‌ଶୀଘ୍ର ଏହି ପୋର୍ଟାଲ୍‌୍‌କୁ କାରବାର ଭିତିକ କରାଯିବ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି।

୨୦୧୭ ନଭେମ୍ବର ସୁଦ୍ଧା ୩୭୩୭ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ସଂଗ୍ରହ କରାଯାଇଛି। କୋଇଲା ଓ ଲିଗ୍‌ନାଇଟ୍‌ରୁ ୧୩୬୯ କୋଟି ଟଙ୍କ, ଅନ୍ୟ ପ୍ରମୁଖ ଖଣିଜ ପଦାର୍ଥରୁ ୨୩୫୧ କୋଟି ଟଙ୍କା ଏବଂ ଲଘୁ ଖଣିଜ ପଦାର୍ଥରୁ ୧୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହି ପାଣ୍ଠିରୁ ୫୮୮୬ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର କରାଯାଇଛି। ଜାନୁଆରି ସୁଦ୍ଧା ପ୍ରକଳ୍ପ ମଞ୍ଜୁର ରାଶି ପରିମାଣ ୬୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର