ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର ପାଇଁ ମନୋନୀତ ହୋଇଛି। ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ ଉତ୍ସବ ବିଭାଗରେ ପ୍ରଥମ ରନର୍ସଅପ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଆସନ୍ତା ୨୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ଉତ୍ସବରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯିବ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଆଲ୍ଫନ୍ସ ଏହି ପୁରସ୍କାର ପ୍ରଦାନ ପାଇଁ ସମ୍ମତି ଦେଇଥିବା ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ରାଜ୍ ଚେନ୍ଗପ୍ପା ସୂଚନା ଦେଇଛନ୍ତି।