ଧର୍ମଘଟରୁ ଓହରିଲା ଟ୍ରକ ମାଲିକ ସଂଘ

ଭୁବନେଶ୍ୱର : ଆଜି ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ସହିତ ସଂଘର କର୍ମକର୍ତାଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନା ସଫଳ ହୋଇଛି। ଫଳରେ ଆସନ୍ତା ୧୫ ତାରିଖରୁ ପ୍ରସ୍ତାବିତ ଧର୍ମଘଟରୁ ଓହରି ଯାଇଛି ଓଡ଼ିଶା ଟ୍ରକ ମାଲିକ ସଂଘ। ଟ୍ରକ ମାଲିକ ସଂଘର କିଛି ଦାବି ସରକାର ମାନି ନେଇଥିବା ବେଳେ ଅନ୍ୟ ସମସ୍ତ ଦାବି ସଂପର୍କରେ ମାସକ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର। ବିଶେଷ କରି ଗ୍ରୀନ୍‌ ଟ୍ୟାକ୍ସ ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ଏକ ବୈଷୟିକ କମିଟି କରାଯାଇଛି। କମିଟିର ସୁପାରିସ ଅନୁଯାୟୀ ଉଭୟ ପକ୍ଷକୁ ସୁହାଇଲା ଭଳି ନିଷ୍ପତ୍ତି ଗ୍ରହଣ କରିବେ ସରକାର। ସେହିପରି ନୂଆ ଗାଡ଼ିର ପଞ୍ଜୀକରଣ ଟିକସ, ଟ୍ରକ ଭଡ଼ା ଧାର୍ଯ୍ୟ, ଲୁହାପଥର ପରିବହନ ନେଇ ଅସଙ୍ଗତି ଦୂର କରିବା, ଟ୍ରକ ଚଳାଚଳ ଏବଂ ଦୁଘର୍ଟଣା ସମୟରେ ଜୁଲୁମ ବନ୍ଦ, ଟ୍ରକ ଟର୍ମିନାଲ୍‌ ପ୍ରତିଷ୍ଠା ନେଇ ରହିଥିବା ସମସ୍ୟାର ସମାଧାନ କରିବାକୁ ସରକାର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତିି।

ସମ୍ବନ୍ଧିତ ଖବର