ଆଜିଠୁ ଖରା, ୨୧ରେ ବର୍ଷା

ଭୁବନେଶ୍ୱର : ଦୁଇଦିନ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ପୁରୀ, ବାରିପଦା, ହୀରାକୁଦ, କୋରାପୁଟ, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ଢ଼େଙ୍କାନାଳରେ ୧ ମି.ମି.ରୁ ଅଧିକ ବର୍ଷା ହୋଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ହାଲକା ବର୍ଷା ହୋଇଛି। କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ କି.ମି.ରୁ ଅଧିକ ରହିଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି। ରବିବାରଠାରୁ ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୩୮ ଡିଗ୍ରି ଟପିବାର ସମ୍ଭାବନା ରହିଛି। ମାର୍ଚ୍ଚ ୨୧ ଓ ୨୨ ତାରିଖ ଅପରାହ୍ନରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ୨୩ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ସମ୍ବନ୍ଧିତ ଖବର