ଏକା ସାଙ୍ଗରେ ୪ଟି ଶିଶୁକୁ ଜନ୍ମ ଦେଲେ ମହିଳା, ଅପରିପକ୍ୱ ହୋଇଥିବାରୁ ସମସ୍ତ ଶିଶୁ ମୃତ

ସୋନପୁର : ଓଡ଼ିଶାର ସୋନପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ମହିଳା ଏକା ସାଙ୍ଗରେ ୪ଟି ଶିଶୁକୁ ଜନ୍ମ ଦେବାପରେ ସମୟ ପୂର୍ବରୁ ସମସ୍ତଙ୍କ ଜନ୍ମ ହୋଇଥିବାରୁ ସେମାନଙ୍କର ମୃତ୍ୟୁ ଘଟିଛି । ଘଟଣାଟିର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

odishasuntimes.com

ସୂଚନା ମୁତାବକ, ଆଜି ସକାଳ ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ଝିଙ୍କି ଗାଁର ମିନତୀ ମୁଣ୍ଡା ଦୁଇଟି ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମ ପରେ ମଧ୍ୟ ଯନ୍ତ୍ରଣା ଲାଗି ରହିବାରୁ ମିନତୀଙ୍କୁ ସୋନପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠି ସେ ଅନ୍ୟ ଦୁଇଟି ଶିଶୁକୁ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ପ୍ରସବ ହୋଇଥିବାରୁ ୪ଜଣ ଶିଶୁ ଅପରିପକ୍ୱ ହୋଇ ଜନ୍ମ ହୋଇଥିଲେ । ଜନ୍ମ ପରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିନତୀ ମୁଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର