ସ୍କୁଲରେ ଛାଡ଼ି ଦେବାକୁ କହି ୨ ଛାତ୍ରୀଙ୍କୁ ଅପହରଣ, ଯୁବକ ଅଟକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ଦୁହେଁ ଆଜି ସକାଳେ ସ୍କୁଲକୁ ଯାଉଥିବା ବାଟରେ ସେମାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସେମାନଙ୍କ ପରିବାର ପକ୍ଷରୁ ପୁଲିସରେ ସୂଚନା ଦିଆଯିବା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ଅଟକ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ମୁତାବକ, ପଟ୍ଟାମୁଣ୍ଡାଇର ମୋଚିପଡ଼ା ଗ୍ରାମର ଦୁଇ ଛାତ୍ରୀ ଆଜି ସକାଳ ସମୟରେ ସ୍କୁଲ ବାହାରିଥିବା ବେଳେ ଜଣେ ଯୁବକ ବାଇକ୍ ଧରି ତାଙ୍କ ପାଖରେ ପହଞ୍ଚିଥିଲେ । ଏହା ପରେ ସ୍କୁଲରେ ଛାଡ଼ି ଦେବାକୁ କହି ଅଭିଯୁକ୍ତ ୨ଛାତ୍ରୀଙ୍କୁ ବାଇକ୍ରେ ବସାଇ ନେଇଥିଲା । ଯାହା ପରଠାରୁ ଦୁହିଁଙ୍କର ପତ୍ତା ମିଳି ନ ଥିଲା । ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣେ ଚତୁର୍ଥରେ ପଢ଼ୁଥିବା ବେଳେ ଜଣେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି ।