ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନ ଦାବି, ବଲାଙ୍ଗୀରରେ ୭ ଦିନ ପାଇଁ ଅଫିସ୍‌ ଅଚଳ

0 52

ବଲାଙ୍ଗୀର: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃପ୍ରତିଷ୍ଠା ଦାବିରେ ଗତ ସୋମବାର ବଲାଙ୍ଗୀର ଜିଲ୍ଲାରେ ୨୪ ଘଣ୍ଟିଆ ମହାବନ୍ଦ ପରେ ବି ଜାରି ରହିଛି ଆନ୍ଦୋଳନ। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ଡିସେମ୍ବର ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କୋର୍ଟ କଚେରି ବନ୍ଦ ପାଳନ କରିବାକୁ ଘୋଷଣା କରାଯାଇଛି। ଆନ୍ଦୋଳନକାରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଭିିଲ କୋର୍ଟ ସମ୍ମୁଖରେ ପିକେଟି˚ କରିବା ସହ ଧାରଣାରେ ବସିଥିଲେ ା ମିଳିତ କ୍ରିୟାନୁଷ୍ଠାନ କମିଟି ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଭିଲ୍‌ କୋର୍ଟ ସମ୍ମୁଖରେ ପିକେଟି˚ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନଙ୍କ ପିକେଟି˚ ଯୋଗୁଁ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ଭିତରୁକୁ ଯାଇ ନପାରି ଫେରି ଯାଇଥିଲେ। ସେହିପରି ସିଭିଲ କୋର୍ଟ ସମ୍ମୁଖରେ ମଧ୍ୟ ଜିଲ୍ଲା ଓକିଲ ସ˚ଘ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ବରେ ଓକିଲମାନେ ପିକେଟି˚ କରି ଜିଲ୍ଲା ଜଜ୍‌ଙ୍କ ସହ ଅନ୍ୟ ବିଚାରପତି ମାନଙ୍କୁ କୋର୍ଟ ଭିତରକୁ ଯିବାକୁ ବାରଣ କରିଥିଲେ। ଏହାସହ ଆନ୍ଦୋଳନକାରୀମାନେ ସିଭିଲ କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଜିଲ୍ଲା ଓକିଲ ସ˚ଘ ସଭାପତି ଅଶୋକ ମହାନ୍ତି, ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଲଳିତ ନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.