ଡ୍ରେନ୍‌ରେ ପ୍ରସବ ଘଟଣା: ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ: ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଥିବା ଡ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ ଘଟଣାର ତଦନ୍ତ ପାଇଁ ରାଜ୍ୟ ମାନାବଧିକାର କମିିସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରି ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ କୋରାପୁଟ ଜିଲ୍ଲାପାଳ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସିଭିଲ ସୋସାଇଟି ଫୋରମ ଅନ୍‌ ହ୍ୟୁମାନ ରାଇଟ୍ସ ଫୋରମର ସଦସ୍ୟ ରଞ୍ଜିତ ସୂତାରଙ୍କ ପକ୍ଷରୁ ଦାୟର ଅଭିଯୋଗର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର