ସରିଲା ଓଜେଇଇ, ମେ’ ଶେଷ ସୁଦ୍ଧା ଫଳ

ଭୁବନେଶ୍ୱର : ଶାନ୍ତିଶୃଙ୍ଖଳାର ସହ ଆଜି ଶେଷ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ରାଜ୍ୟର ୨୦ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ମେ’ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ର‍୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ସରକାରୀ ତଥା ଘରୋଇ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକରେ ଥିବା ବି.ଫାର୍ମା, ଏମ୍‌.ଟେକ୍‌, ଏମ୍‌.ଟେକ୍‌ ପାର୍ଟ ଟାଇମ୍‌, ଏମ୍‌. ଆର୍କ, ଏମ୍‌.ଫାର୍ମା, ଏମ୍‌.ପ୍ଲାନ୍‌, ଏମ୍‌ସିଏ, ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ,ମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌/ ବି.ଫାର୍ମା/ ଏମ୍‌ସିଏରେ ନାମ ଲେଖାଇପାରିବେ। ଏଥିପାଇଁ ଓଜେଇଇ କାଉନସେଲିଂ କରିବ ବୋଲି ଓଜେଇଇ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର