ଓଜେଇଇ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଓଜେଇଇର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର ସୁଦୀପ କୁମାର ଚାନ୍ଦ। ପୂର୍ବାହ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକଙ୍କୁ ଭେଟିବା ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମଧ୍ୟାହ୍ନରେ ପ୍ରଫେସର ଚାନ୍ଦ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟକୁ ଯାଇ ଯୋଗଦେଇଛନ୍ତି। ସେଠାରେ ଓଜେଇଇ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଫେସର ଚାନ୍ଦ କହିଛନ୍ତି ଯେ ନୂଆ କରି ଯୋଗ ଦେଇଥିବାରୁ ଠିକ୍‌ ଭାବେ ବୁଝିବାକୁ ସମୟ ଲାଗିବ। ଏବେ ମେଡିକାଲ ସମେତ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଯାଇଥିବାରୁ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ପିଲାମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର