ଆଜି ପ୍ରକାଶ ପାଇପାରେ ଓ-ଜେଇଇ ରେଜଲ୍ଟ

0 97

ଭୁବନେଶ୍ୱର : ବିଭିନ୍ନ କଲେଜରେ ଲ୍ୟାଟେରାଲ ଏଣ୍ଟ୍ରି ବି.ଟେକ୍‌, ବି.ଫାର୍ମ, ଲ୍ୟାଟେରାଲ ଏଣ୍ଟ୍ରି ବି.ଫାର୍ମ, ଏମ୍‌ବିଏ, ଏମ୍‌ସିଏ, ଲ୍ୟାଟେରାଲ ଏଣ୍ଟ୍ରି ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌.ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓ-ଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇବ। ଚଳିତବର୍ଷ ୪୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ସମସ୍ତଙ୍କୁ ର‍୍ୟାଙ୍କ ମିଳିବ। ଅପରାହ୍ଣରେ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବାର ସମ୍ଭାବନା ରହିଛି। ଓଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ କହିଛନ୍ତି ଯେ ପରୀକ୍ଷା ଫଳ ପ୍ରକାଶ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.