ଆଜି ଓ-ଜେଇଇ : ୮୧ କେନ୍ଦ୍ରରେ ୪୮,୩୧୭ ପରୀକ୍ଷାର୍ଥୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କଲେଜରେ ଲ୍ୟାଟେରାଲ ଏଣ୍ଟ୍ରି ବି.ଟେକ୍‌, ବି.ଫାର୍ମ, ଲ୍ୟାଟେରାଲ ଏଣ୍ଟ୍ରି ବି.ଫାର୍ମ, ଏମ୍‌ବିଏ, ଏମ୍‌ସିଏ, ଲ୍ୟାଟେରାଲ ଏଣ୍ଟ୍ରି ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌.ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତାକାଲି ଓ-ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ୪୮,୩୧୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଏଥିପାଇଁ ୨୦ଟି ସହରରେ ୮୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୨୦ଟି କେନ୍ଦ୍ର ହୋଇଥିବାବେଳେ କଟକରେ ୯ଟି କେନ୍ଦ୍ର କରାଯାଇଛି ବୋଲି ଓ-ଜେଇଇ ଅଧ୍ୟକ୍ଷ ମନିଷ ତ୍ରିପାଠୀ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ଭଳି ଚଳିତବର୍ଷ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା, ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ହେବ। ପ୍ରଥମ ସିଟିଂକୁ ତିନିଟି ସେସନ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ସେସନ୍‌ ୯ଟାରୁ ୧୦ଟା, ଦ୍ୱିତୀୟ ସେସନ୍‌ ୯ଟାରୁ ୧୧ଟା ଏବଂ ତୃତୀୟ ସେସନ୍‌ ୯ଟାରୁ ୧୨ଟା ପର୍ଯ୍ୟନ୍ତ ହେବ। ଛାତ୍ରଛାତ୍ରୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ପ୍ରକାଶ ପାଇବ।

ଅପରପକ୍ଷେ ଜେଇଇ ମେନ୍‌ ର‍୍ୟାଙ୍କ ଅନୁଯାୟୀ ଇଞ୍ଜିନିୟରିଂ ନାମ ଲେଖା ଶେଷ ହେବା ପରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଦ୍ୱିତୀୟ ଓଜେଇଇ ହେବ। ଏନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓ-ଜେଇଇ ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର