ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ୧୦୮ ଆମ୍ବୁଲାନ୍ସ ବଦଳିବ

ଭୁବନେଶ୍ବର : ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ୧୦୮ ଆମ୍ବୁଲାନ୍ସ ଗୁଡ଼ିକୁ ବଦଳାଯିବ। ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ ଚାଲିବ। ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବା ବେଳେ ତହିଁରୁ ୪୨୦ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯିବ। ଟାଟା ମୋଟର୍ସ ପର୍ଯ୍ୟାୟ କ୍ରମେ ନୂଆ ଆମ୍ବୁଲାନ୍ସ ଦେବ। ଚଳିତ ମାସରେ ୫୦ଟି ନୂଆ ଆମ୍ବୁଲାନ୍ସ ଆସିବ ଓ ଆସନ୍ତା ତିନିମାସ ମଧ୍ୟରେ ୧୦୦ଟି, ଆସନ୍ତାବର୍ଷ ଜାନୁଆରୀରେ ୭୦ଟି ଆମ୍ବୁଲାନ୍ସ ରାଜ୍ୟକୁ ମିଳିବ। ଏସବୁ ଆମ୍ବୁଲାନ୍ସର ବ୍ରାଣ୍ଡିଂ କରାଯିବ।

ସେହିପରି ରାଜ୍ୟରେ ୫୦୦ଟି ୧୦୨ ଆମ୍ବୁଲାନ୍ସ ଚାଲୁଥିବା ବେଳେ ୩୫୩ଟି ପୁରୁଣା। ଚଳିତବର୍ଷ ଶେଷ ସୁଦ୍ଧା ପ୍ରାୟ ୧୫୦ଟି ନୂତନ ୧୦୨ ଆମ୍ବୁଲାନ୍ସ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର