ମାଲକାନଗିରି ଜିଲ୍ଲା କୋରୁକୋଣ୍ତା ବ୍ଲକରେ ଆବେଦନର ଦୁଇ ବର୍ଷ ପରେ ବି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମିଳୁନି ଭତ୍ତା

କୋରୁକୋଣ୍ତା : ମାଲକାନଗିରି ଜିଲ୍ଲା କୋରୁକୋଣ୍ତା ବ୍ଲକରେ ଥିବା ବହୁ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତି ମାନେ ଭତ୍ତା ନ ପାଇ ବହୁ ଅସୁବିଧାର ସମ୍ମୂଖୀନ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରୁକୋଣ୍ତା ବ୍ଲକ ଅନ୍ତର୍ଗତ ଏମ୍.ଭି-୩୦ ଗ୍ରାମରେ। ଗ୍ରାମର ନିର୍ମଳ ବିଶ୍ବାସ, ଆଇନାମତୀ ମାଲା, ସବିତା ଦାସ ବର୍ତ୍ତମାନ ସୁଦ୍ଧା ବୃଦ୍ଧବୃଦ୍ଧା ଭତ୍ତା ପାଉନଥିବା ଅଭିଯୋଗ କରିଛନ୍ତି। ସେମାନଙ୍କର କହିବା ଅନୁଯାୟୀ ପ୍ରାୟ ୨ ବର୍ଷ ହେବ କୋରୁକୋଣ୍ତା ଏସ୍‌.ଇ.ଓଙ୍କ ନିକଟରେ ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଆବେଦନ କରିଅଛୁ। କିନ୍ତୁ ଆଜି ସୁଦ୍ଧା ଆମକୁ ଭତ୍ତା ମିଳି ନାହିା। ଏନେଇ ଏସ୍‌.ଇ.ଓ ରାଜୀବ ପୂଜାରୀଙ୍କୁ ପଚାରିବାରୁ ଯେଉଁମାନେ ୨ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ବୃଦ୍ଧବୃଦ୍ଧା ଭତ୍ତା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା। ତେବେ ଟାଗେର୍ଟ ପୂରଣ ହୋଇ ନଥିବାରୁ ଯେଉଁମାନେ ଗତ ୬ ମାସ ପୂର୍ବେ ଆବେଦନ କରିଛନ୍ତି ସେମାନଙ୍କର ଭତ୍ତା ମିଳିପାରି ନାହିଁ। ଟାଗେର୍ଟ ପୁରା ହେଲା ପରେ ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି। ସେହିପରି ଉକ୍ତ ଗ୍ରାମର ସୁଧିର ଠାକୁର ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଭିନ୍ନକ୍ଷମ ଭତ୍ତା ପାଇ ନଥିବା ଅଭିଯୋଗ କରିଛନ୍ତି। ଏନେଇ ଏସ୍‌.ଇ.ଓ ରାଜୀବ ପୂଜାରୀଙ୍କୁ ପଚାରିବାରୁ ସୁଧିର ଠାକୁରଙ୍କୁ ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ମାଗିଥିଲୁ। କିନ୍ତୁ ସେ ବର୍ତମାନ ସୁଦ୍ଧା ତାହା ଦେଇନାହାନ୍ତି। ଯଦି ସେ ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ସହ ତାଙ୍କର ଭିନ୍ନକ୍ଷମ ୬୦ ପ୍ରତିଶତରୁ ଊର୍ଧ୍ବ ଥିଲେ ତୁରନ୍ତ ତାଙ୍କୁ ୭୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର