ପୁରୁଣା ମହାନଦୀ ପୋଲର ନୂଆ ଡିଜାଇନ୍‌ ଦରକାର

କଟକ : ୫୫ ବର୍ଷର ଏହି ପୁରୁଣା ମହାନଦୀ ପୋଲ ସଂପର୍କରେ ମତ ରଖିଛନ୍ତି ସେ ସମୟରେ ପୋଲର ନିର୍ମାଣ ତଦାରଖ ଦାୟିତ୍ବରେ ଥିବା ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଶାସନ ସଚିବ ଇଂଜିନିୟର ଗୋପାଳକୃଷ୍ଣ ବେହେରା। ଇଂଜିନିୟର ବେହେରା କହିବା ଅନୁଯାୟୀ ପୁରୁଣା ଜ୍ଞାନକୈଶଳରେ ଏହି ପୋଲ ନିର୍ମାଣ ହୋଇଥିଲା। ପାରାପେଟ୍‌ ସମେତ ଦୁଇ ପାର୍ଶ୍ବର ଫୁଟ୍‌ପାଥ୍‌ ଦୁର୍ବଳ ହୋଇଗଲାଣି। ଧକ୍‌କା ହେଉଥିବା ବସ୍‌ ବା ଟ୍ରକ୍‌କୁ ରୋକିବା ଭଳି କ୍ଷମତା ପାରପେଟ୍‌ର ନାହିଁ। ଏଥି ପାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସିଧା ମହାନଦୀକୁ ପଡ଼ୁଛି। ଦୁର୍ବଳ ପାରପେଟ୍‌ ପାଇଁ ମହାନଦୀର ଏପୁରୁଣା ସେତୁରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ସେସମୟରେ ଉପଲବ୍ଧ ଜ୍ଞାନକୌଶଳରେ ଏହା ନିର୍ମାଣ ହୋଇଥିଲା। କିନ୍ତୁ ପୋଲର ଆଧୁନିକୀକରଣ ହୋଇନାହିଁ। ସରକାର ପ୍ରଥମେ ଆଇରନ୍‌ ବ୍ୟାରିକେଡ ନିର୍ମାଣ କରି ବ୍ରିଜ୍‌ ଉପରେ ଭାରୀଜାନ ଚଳାଚଳ ଉପରେ କଟକଣା କରିବା ଉଚିତ। ସେହି ସମୟରେ ନୂତନ ଜ୍ଞାନକୈଶଳ ବ୍ୟବାହର କରି ଦୁର୍ବଳ ପାରାପେଟ୍‌ ସମେତ ଦୁଇ ପାର୍ଶ୍ବରେ ଥିବା ଫୁଟ୍‌ପାଥ୍‌ର ନୂଆ ତିଆରି କରନ୍ତୁ। ଏହା ନହେଲେ ଏଭଳି ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ଇଞ୍ଜିନିୟର ବେହେରା।

ସମ୍ବନ୍ଧିତ ଖବର