ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଯାମୁକେଶ୍ୱର ଗ୍ରାମରେ ଆଜି ମାଟିତଳୁ ୧୯ଟି ପ୍ରାଚୀନ ଖଣ୍ଡା ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯାମୁକେଶ୍ୱର ଗ୍ରାମର ବଡ଼ପୋଖରୀ ନିକଟ ପଡ଼ିଆରୁ ମାଟି ଖୋଳିବା ବେଳେ ଏହି ପ୍ରାଚୀନ ଖଣ୍ଡା ବାହାରିଥିଲା। ସୂଚନା ଅନୁସାରେ, ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର ମହାନ୍ତ ପୋଖରୀ ହୁଡ଼ାକୁ ଲାଗି ପଡ଼ିଆରୁ ଇଟା ତିଆରି ପାଇଁ ମାଟି ଖୋଳୁ ଥିଲେ। ପ୍ରାୟ ୩ ଫୁଟ୍ ମାଟି ଖୋଳାଯିବା ପରେ ଧାଡ଼ିରେ ଥୁଆ ହୋଇଥିବା କଳଙ୍କ ଲଗା ଖଣ୍ଡାସବୁ ଦେଖିବାକୁ ମିଳିଥିଲା। ଏହାପରେ ମାଟି ଖୋଳା ସ୍ଥାନ ଛାଡ଼ି ଶ୍ରମିକମାନେ ପଳାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏ ସମ୍ପର୍କରେ ପ୍ରଶାସନ ପାଖରେ ଖବର ନାହିଁ। ସେହିଖଣ୍ଡା ସବୁ ସେମିତି ପଡି ରହିଛି। ଉଲ୍ଲେଖଯୋଗ୍ୟ, ଏହି ସ୍ଥାନରୁ ୨ ଶହ ମିଟର ଦୂରରେ ପ୍ରତିବର୍ଷ ନିଆଁରେ ଚାଲିବାର ପର୍ବ ଖନ୍ଦାମଡ଼ା ଉତ୍ସବ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଛି। ଭକ୍ତା, ଦେହୁରୀମାନେ ହାତରେ ଖଣ୍ଡା ଧରି ନିଆଁରେ ଚାଲିବାର ପରମ୍ପରା ଏଠାରେ ରହିଛି। ଦେହୁରୀମାନେ ବ୍ୟବହାର କରୁଥିବା ଖଣ୍ଡାଗୁଡିକ ଏହି ଖଣ୍ଡା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏ ଦିଗରେ ଅଧିକ ଅନୁସନ୍ଧାନ କରିବାକୁ ଦାବି ହୋଇଛି।