ଅଙ୍ଗନଦୀରେ ଭାସିଗଲେ ବୃଦ୍ଧା!
କାନ୍ଥ ଭୁଶୁଡ଼ି ମହିଳା ମୃତ
ପଦ୍ମପୁର : ଅଙ୍ଗନଦୀରେ ଗାଧୋଉଥିବା ବେଳେ ଜଣେ ବୃଦ୍ଧା ଭାସିଯାଇଥିବା ଘରଲୋକେ ପଦ୍ମପୁର ଥାନା ଓ ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଲଙ୍ଗାପାଲି ଗ୍ରାମର ସ୍ବର୍ଗତ କାଳିଆ ସାହୋଙ୍କ ପତ୍ନୀ ଦ୍ରୌପଦୀ ଗତ ଚାରି ବର୍ଷ ହେଲା ନିଜ ସମ୍ପର୍କୀୟ ଘର ପଦ୍ମପୁର ଥାନା ଖଏରପାଲି ପଞ୍ଚାୟତ ଅନ୍ତର୍ଗତ ବନୁପାଲିରେ ରହୁଥିଲେ। ସେ ବୁଧବାର ୧୧ଟାରେ ଗ୍ରାମ ନିକଟରେ ଥିବା ଅଙ୍ଗନଦୀକୁ ଗଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ତେବେ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ। ପରେ ଅଙ୍ଗନଦୀରେ ଭାସିଯାଇଥିବା ଅନୁମାନ କରି ପ୍ରଥମେ ପଦ୍ମପୁର ଥାନା ଓ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଖୋଜ ଦ୍ରୌପଦୀଙ୍କ ସମ୍ପର୍କୀୟ ଭୂମିସୂତା ସାହୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାନ୍ଥ ଭୁଶୁଡ଼ି ମହିଳା ମୃତ
ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲ୍କୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ନିକଟସ୍ଥ ବଂଶୀମାଲ ଗ୍ରାମରେ ବୁଧବାର କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ, ଗାଁ’ର ଡୋଳାମଣି ମେହେର ଓ ପୂର୍ଣ୍ଣିମା ମେହେର (୪୦) ଘରେ ଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଉଭୟେ ତା’ ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ପୂର୍ଣ୍ଣିମାଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଗୁରୁତର ଆହତ ଡୋଳାମଣିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।