ଗହୀରମଥାରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସମୁଦ୍ରକୁ ଗଲେ ୧୫ ଲକ୍ଷ କଇଁଛ ଶାବକ

ରାଜନଗର : ସାମୁଦ୍ରିକ କଇଁଛ ଅଲିଭ୍‌ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଗହିରମଥାରେ ଦୁଇଦିନ ହେଲା ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦୁଇଦିନ ଭିତରେ ୧୫ ଲକ୍ଷରୁ ଅଧିକ କଇଁଛ ଶାବକ ବଙ୍ଗୋପସାଗର ମୁହାଁ ହୋଇଛନ୍ତି। ଏହି ପ୍ରକ୍ରିୟା ଆଉ ୪/୫ଦିନ ଜାରି ରହିବ ବୋଲି ବନ ବିଭାଗ ସୂଚନା ଦେଇଛି। ଗତ ମାର୍ଚ୍ଚ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଗହୀରମଥା ନାସି-୨ର ବାଲୁକା ଶଯ୍ୟାରେ ୬ ଲକ୍ଷ ୩୩ ହଜାର ମା’ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ଗତ ୨୩ ତାରିଖ ରାତିରୁ କଇଁଛ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଥିବା ଦେଖାଯାଇଛି। ଅଣ୍ଡାରୁ ଛୁଆ ବାହାରିବା ପର୍ବ ଆରମ୍ଭ ହେବା ପରେ ନିକଟସ୍ଥ ଡକ୍ଟର ଅବ୍‌ଦୁଲ୍‌ କାଲାମ୍‌ ଦ୍ୱୀପରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର