ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡଲେଙ୍କ ମିଳନ ପର୍ବ ଆରମ୍ଭ

ଗଂଜାମ : ଅଲିଭ୍‌ରିଡ୍‌ଲେଙ୍କ ଏନ୍ତୁଡିଶାଳ ଗଂଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ମିଳନ ପର୍ବ ଆରମ୍ଭ ହୋଇଛି। ଏଥିପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରା ଯାଇଛି। ତେବେ ଅଲିଭ୍‌ରିଡେଲଙ୍କ ସଙ୍ଗମ ପାଇଁ ବିଭାଗ ପକ୍ଷରୁ ଋଷିକୂଲ୍ୟା ମୁହାଣର ପୁରୁଣା ବନ୍ଧଠାରୁ ପ୍ରୟାଗି ପର୍ଯ୍ୟନ୍ତ ପ୍ରାୟ ୬ କିମି ଗଭୀର ସମୁଦ୍ରରେ ପ୍ରାୟ ୧୦ରୁ ୧୫ କିମି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଦାରଖ ପାଇଁ ୧୦ଟି ଟିମ୍‌ ଗଠନ କରାଯାଇଥିବା ସୂଚନା ମିଳିଛି। ଲକ୍ଷାଧିକ ସଂଖ୍ୟାରେ କଇଁଛ ବେଳାଭୂମି ନିକଟବର୍ତୀ ହୋଇଛନ୍ତି। ଏହି ପ୍ରକ୍ରିୟା ଜାନୁଆରୀ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବର୍ତମାନ ୬ଟି ବିଟ୍‌ପୋଷ୍ଟ୍‍ କରାଯାଇଥିବା ନେଇ ବ୍ରହ୍ମପୁର ଡିଏଫ୍‌ଓ ଓ ଖଲ୍ଲିକୋଟ ରେଞ୍ଜର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର