ଏକ ରାଷ୍ଟ୍ର େଗାଟିଏ ନିର୍ବାଚନ କସରତ ଆରମ୍ଭ, ସର୍ବଦଳୀୟ ବୈଠକରେ େଯାଗଦେବେ ନବୀନ

ଆଜି ଦିଲ୍ଲୀ ଯିବେ, ୨୦ରେ ଓଡ଼ିଶା େଫରିବେ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। େଲାକସଭାରେ ପ୍ରତିନିଧିତ୍ବ କରୁଥିବା ସବୁ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ସେ େଯାଗଦେବାର କାର୍ଯ୍ୟକ୍ରମ ରହିଛି। େକନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ େଯାଶୀ ଏ େନଇ ବିେଜଡି ସଭାପତିଙ୍କୁ ଚିଠି େଲଖି ନିମନ୍ତ୍ରଣ କରିଥିଲେ। ଖବର ଅନୁସାରେ, ଜୁନ୍ ୧୯ ତାରିଖ ଅପରାହ୍ନ ୩ଟା ବେଳେ ସଂସଦର ଗ୍ରନ୍ଥାଗାରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ େହବ। ଏଥିରେ ‘ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ େକନ୍ଦ୍ର ସରକାର ସବୁ ରାଜନୈତିକ ଦଳର ସହମତି େଲାଡିେବ। ଏ ପ୍ରସଙ୍ଗକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ସାରିଛନ୍ତି। କେବଳ ସେତିକି ନୁେହଁ, ୨୦୦୪ ମସିହାରୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ େହଉଛି। ବର୍ତମାନ ସମୟରେ ଏଭଳି ଏକ ପ୍ରସଙ୍ଗରେ ଓଡ଼ିଶାର ସମର୍ଥନ େକନ୍ଦ୍ରକୁ ବଳ ଦେବ େବାଲି ରାଜନୈତିକ ମହଲ ବିଚାର କରୁଛନ୍ତି।

େକବଳ ଏହି େଗାଟିଏ ପ୍ରସଙ୍ଗ ନୁେହଁ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ନିର୍ମାଣ େନଇ ଖସଡା ପ୍ରସ୍ତୁତ କରିବାକୁ ଚାହୁଁଁଛନ୍ତି େକନ୍ଦ୍ର ସରକାର। ନିର୍ବାଚନ ଆଗକୁ ପ୍ରଧାନମନ୍ତ୍ରୀ ନୂଆ ଭାରତ ନିର୍ମାଣ ସଂପର୍କରେ ସୂଚାଇଥିଲେ। ଓଡ଼ିଶା ସରକାର ମଧ୍ୟ ବିକାଶ ନାରା େଦଇ ନୂଆ ତଥା ସମୃଦ୍ଧ ଓଡ଼ିଶା କଥା କହିଛନ୍ତି। ନୂଆ ଭାରତ ନିର୍ମାଣ େବଳେ ଓଡ଼ିଶାର ଭୂମିକା କିଭଳି ରହିବ, ରାଜ୍ୟ କେଉଁ େକଉଁ େକ୍ଷତ୍ରରେ ସମୃଦ୍ଧର ସୁେଯାଗ ରହିଛି, ତଥା େକନ୍ଦ୍ର ସରକାରଙ୍କ ସହଯୋଗ େଲାଡିପାରନ୍ତି ନବୀନ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ଏବଂ ସଂସଦୀୟ କାର୍ଯ୍ୟଧାରାକୁ ଗଠନମୂଳକ କରିବା ନେଇ ମଧ୍ୟ ଆଲୋଚନା ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଏକ ବଡ଼ ପ୍ରସ୍ତାବ େଦଇଛନ୍ତି। ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶଦ୍ଦ େଯାଡିବା ଲାଗି େକନ୍ଦ୍ର ସରକାରଙ୍କୁ ଅନୁେରାଧ କରିଛନ୍ତି। ଏହା ଉପରେ ଆସନ୍ତାକାଲି ଅନ୍ୟ ରାଜ୍ୟମାନେ କି ମତ ରଖୁଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି ବିେବଚନା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ଚିଠିେର ଏ ସଂପର୍କରେ ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ୨୦ ତାରିଖ ଦିନ ଓଡ଼ିଶା େଫରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର