ଅଟୋ ଓଲଟିଲା: କ୍ରିକେଟ ଖେଳାଳି ମୃତ, ୨ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୁନାମାଲ ଗ୍ରାମର କିଛି ଯୁବକ ଏକ ଅଟୋରେ କ୍ରିକେଟ ଖେଳିବାକୁ ଯାଉଥିବା ବେଳେ ଦୁଃଖଦ ଘଟଣା ଘଟିଛି। ଖେଳାଳିମାନେ ଅଟୋ (ଓଡ଼ି ୮ଇ-୪୬୬୨) ଯୋଗେ କୋକସରା ପଂଚାୟତର ଚିଲିଗୁଡ଼ା ଗ୍ରାମକୁ ଯାଉଥିବା ବେଳ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ସୁନାମାଲ ଗ୍ରାମର ମୋହନ ଚନ୍ଦ୍ର ପାଲ(୨୫), ପ୍ରକାଶ ନିଆଲ(୨୫), ପ୍ରଦୀପ ଛତ୍ରିଆ(୧୯) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପ୍ରକାଶ ନିଆଲଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କୋକସରା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହିତ ଅଟୋ ଡ୍ରାଇଭର ତୋଫାନ ପାନ (୨୧) ଓ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ତଦନ୍ତ କରୁଥିବା ଏଏସଆଇ ସୁରେନ୍ଦ୍ର ମୋହନ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର