ଚଡ଼କ ମେଳାରେ ଉପବୀତଧାରୀ ମୃତ

ଦଳାଚକଟାରେ ୧୫ ଅସୁସ୍ଥ

ଭୋଗରାଇ/ଚନ୍ଦନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡ଼କ ମେଳା ଆରମ୍ଭ ହୋଇଛି। ଆଜି ପଞ୍ଚମ ଅର୍ଘ୍ୟରେ ୫୦ ହଜାରରୁ ଅଧିକ ଭକ୍ତ ଉପବୀତ ଧାରଣ କରିଛନ୍ତି। ତେବେ ସଂଧ୍ୟାରେ ଅର୍ଘ୍ୟଦାନ ବେଳେ ଅଘଟଣ ଘଟିଛି। ଗରମ ଓ ଦଳାଚକଟାରେ ୧୫ ଜଣ ଉପବୀତଧାରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସେହିପରି ସକାଳେ ଉପବୀତ ଧାରଣ କରିଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ; ପଶ୍ଚିମବଂଗ ପ୍ରତାପପୁର ଥାନା ଅଧୀନ କାସିମପୁରର ବୀରେନ୍ଦ୍ର ନାଥ ଜେନାଙ୍କ ପତ୍ନୀ ମଂଜୁରାଣୀ ଜେନା (୬୩)। ମଂଜୁରାଣୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଜଳେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର