ଟ୍ରକ୍‌ ଧକ୍କାରେ ଅଧ୍ୟାପକ ମୃତ, ଦୁଇ ଛାତ୍ରୀ ଗୁରୁତର

ବ୍ୟାସନଗର/କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ନିକଟରେ ଆଜି ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କର୍ତ୍ତବ୍ୟରତ ଅଧ୍ୟାପକଙ୍କର ପ୍ରାଣହାନି ଘଟିଛି। ଅନ୍ୟ ଦୁଇଜଣ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତିି। ଯାଜପୁରରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମର ଧରଣୀଧର ଶତପଥୀଙ୍କ ପୁଅ ପାଣିକୋଇଲିସ୍ଥ ତାରିଣୀ ମହାବିଦ୍ୟାଳୟର ଅଧ୍ୟାପକ ଶିଶିର ଶତପଥୀ ସେହି ଗ୍ରାମର ରାଜକିଶୋର ପଣ୍ଡାଙ୍କ ଦୁଇ ଝିଅ କଳ୍ପନା ଓ କଲ୍ୟାଣୀଙ୍କୁ ବାଇକ୍‌ରେ ବସାଇ କଲେଜ୍‌କୁ ଯାଉଥିଲାବେଳେ ଏକ ଟ୍ରକ୍‌ ସମ୍ମୁଖରୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର