ବ୍ୟାପୁଛି ‘ଚିକେନ୍‌ ପକ୍ସ’ : ଜଣେ ମୃତ, ୩୦ ଆକ୍ରାନ୍ତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଚିକେନ୍‌ ପକ୍ସ (ହାଡ଼ପୁଟି) ବ୍ୟାପିଛି। ଗତ ପ୍ରାୟ ୧୦ ଦିନ ହେଲା ଏହି ରୋଗର ସଂକ୍ରମଣ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ବ୍ଲକ୍‌ ଅନ୍ତର୍ଗତ ଭରତାପୁର ପଞ୍ଚାୟତ ଚୂଡ଼ାପୁଡ଼ୁଗ ଗାଁର ଶଙ୍କର ଖଡ଼ିଆଙ୍କ ରବିବାର ଏହି ରୋଗରେ ମୃତ୍ୟୁ ହୋଇଛି। ଏହି ଗାଁରେ ୩୦ରୁ ଅଧିକ ଲୋକ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ରେଢ଼ାଖୋଲ ଉପଖଣ୍ଡ ସ୍ୱାସ୍ଥ୍ୟାଧିକାରୀ ଡା. ବିପିନ ବିହାରୀ କହିଛନ୍ତି ଯେ ଚାରମାଳ ପିଏଚ୍‌ସିକୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ପରାମର୍ଶ ଦିିଆଯାଇଛି।

ସମ୍ବନ୍ଧିତ ଖବର