ଫୁଟବଲ୍‌ ଖେଳ ଦେଖିବାବେଳେ ବଜ୍ରପାତ: ଜଣେ ମୃତ, ୬ ଗୁରୁତର

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଢିଖମାରୀ ପଂଚାୟତ ଖଡିକାଶୋଳ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଫୁଟବଲ୍‌ ଦେଖିବା ପାଇଁ ଯାଇଥିବାବେଳେ ବର୍ଷା ହେବାରୁ ଏକ ଟିଣଘରେ ୧୦ ଜଣ ବ୍ୟକ୍ତି ଆଶ୍ରୟ ନେଇଥିଲେ।  ହଠାତ୍‌ ସେହି ଘର ଉପରକୁ ବଜ୍ରପାତ ହେବାରୁ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଘଟଣା ଘଟିଛି ।

ମୃତକ ହେଲେ,  କୁସୁମବଂଧ ତୁଳସୀବଣି ଗ୍ରାମର ସିଫନ କିସ୍କୁ(୩୫)। ଆହତମାନେ ହେଲେ, ଶ୍ୟାମସୁନ୍ଦର ମୁର୍ମୁ (୩୫), ସୁର୍ଯ୍ୟମଣି ମୁର୍ମୁ (୨୮), ମାଇସା ମୁର୍ମୁ (୪), ରାମଦାସ୍‌ ମିରାଣ୍ଡି (୩୫), କାପୁରା ବେସରା (୨୫) ଛୋଟରାୟ କିସ୍କୁ (୩) । ସେମାନଙ୍କୁ ବାରିପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର