ଟ୍ରେନ୍‌ରୁ ଖସି ଯୁବତୀ ମୃତ

ଭୁବନେଶ୍ୱର : ଚଳନ୍ତା ଟ୍ରେନ୍‌ରୁ ଖସି ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀଜଣଙ୍କ ହେଲେ, କାନ୍ତିଲତା ଭୋଇ (୧୮)। ଘର ରଘୁନାଥପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣରେ କାନ୍ତିଲତା କଟକରୁ ଏକ ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରେନ୍‌ଟି ଭୁବନେଶ୍ୱର ନୂଆ ଷ୍ଟେସନ୍‌ରେ ଅଟକିବା ପୂର୍ବରୁ ସେ ଓହ୍ଲାଇ ପଡ଼ିଥିଲେ। ଫଳରେ ଭାରସାମ୍ୟ ହରାଇ ସେ ଟ୍ରେନ୍‌ ଚକା ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମଞ୍ଚେଶ୍ୱର ଜିଆରପି ଥାନା ପୁଲିସ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର