ପର୍ଜଙ୍ଗ : ଚାଷ ଜମିରେ ଧାନ କାଟୁଥିବା ବେଳେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ

ପର୍ଜଙ୍ଗ : ଢେଙ୍କନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ ଅନ୍ତର୍ଗତ କୁନ୍ଦନଦେଇପୁର ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହେଇଛି। ମୃତ ବ୍ୟକ୍ତି ହେଲେ, ଶ୍ରୀକାନ୍ତ ମୁଦୁଲିଙ୍କ ସମେତ (୫୫)। ଶ୍ରୀକାନ୍ତ ବିଲରେ କାମ କରୁଥିଲାବେଳେ ହାତୀ ଦଳି ଦେଇଥିଲା। ଆଜି ଦିନ ପ୍ରାୟ ସାଢ଼େ ୮ଟା ବେଳେ ଶ୍ରୀକାନ୍ତଙ୍କ ସମେତ (୫୫) ୭ଜଣ କୃଷି ଶ୍ରମିକ ଧାନ କାଟୁଥିଲେ। ସେହି ସମୟରେ ଏକ ଦନ୍ତା ଅତର୍କିତ ପହଂଚି ଶ୍ରୀକାନ୍ତଙ୍କୁ ଦଳି ଦେଇଥିଲା। ପାଖରେ ଥିବା ଜମି ମାଲିକ ମଙ୍ଗୁଳୁ ସାହୁଙ୍କ ସମେତ ଅନ୍ୟମାନେ ଜୀବନବିକଳରେ ଦୌଡ଼ି ପଳାଇଥିଲେ।

ସମ୍ବନ୍ଧିତ ଖବର