ଅଟୋ ଓଲଟି ଜଣେ ମୃତ

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଅଲମଣ୍ଡା ଗ୍ରାମଦେବୀ କୋଣ୍ଡାନ୍ନା ମନ୍ଦିର ଗଡାଣିରେ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିିଛି। ମୃତ ଅଟୋ ଚାଳକ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ମାରୁଗୁକାତୁଲୁ ଗ୍ରାମର ଆପ୍ପଲ ନାଇଡୁ(୨୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆପ୍ପଲ ନାଇଡୁ ନିଜ ଅଟୋ(ଏପି ୩୦ଟିବି ୧୦୨୧)ରେ ଆଜି ସକାଳ ପ୍ରାୟ ୯ଟା ବେଳେ ବନ୍ଧୁଗାଁ ବ୍ଲକର ଏଡଗୁମ୍‌ଭାଲସା ଗ୍ରାମକୁ ଆସୁଥିଲେ। ତେବେ ଆଲମଣ୍ଡାର କୋଣ୍ଡାନ୍ନା ମନ୍ଦିର ଗଡାଣିରେ ଭାରସାମ୍ୟ ହରାଇବାରୁ ଅଟୋ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅଟୋରେ ଥିବା ହେଲପର ତ୍ରିନାଥ ହିଟରାଜୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ବନ୍ଧୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଆଲମଣ୍ଡା ମେଡିକାଲରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି। ସୂଚନାଥାଉକି, ମୃତ ଆପ୍ପାଲ ନାଇଡୁ ଆନ୍ଧ୍ରରୁ ଆଳୁ, ପିଆଜ ଆଣି ଗ୍ରାମଗୁଡିକରେ ଦେଇ ସେଠାରୁ ଭଙ୍ଗା ଲୁହା, ପ୍ଲାଷ୍ଟିକ ଇତ୍ୟାଦି ସଂଗ୍ରହ କରିଥାନ୍ତି।

ସମ୍ବନ୍ଧିତ ଖବର