ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅଞ୍ଚଳରେ ଗୁଳିମାଡ଼ରେ ଜଣେ କନେଷ୍ଟବଳ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ। ଗୁଳିମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଙ୍କ ନାମ ହେଉଛନ୍ତି ରାମଚନ୍ଦ୍ର ସାହୁ। ସେ ଆଇଆର୍‌ବିର ଜଣେ କନେଷ୍ଟବଳ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଗୁଳିକାଣ୍ଡରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ କନେଷ୍ଟବଳ ଜଣକ ହେଉଛନ୍ତି ରାମଚନ୍ଦ୍ର ସାହୁ। ଗତ ହୋଲିଖେଳ ଦିନ ଗାଁ ସଭାପତିଙ୍କ ସହ ଝଗଡ଼ାରୁ ଏହି ଗୁଳିକାଣ୍ଡ ଘଟିଛି । ପୂର୍ବ ରାଗରୁ ଗାଁ ସଭାପତି ତାଙ୍କୁ ଗୁଳିମାଡ କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଛି। ତାଙ୍କୁ ଧରିବାକୁ ପୁଲିସ ଜୋରଦାର୍‌ ଉଦ୍ୟମ ଜାରି ରଖିଛି। ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର