ଚାପିଦେଲା ଟ୍ୟାଙ୍କର୍‌ : ଶ୍ବଶୁରଙ୍କ ଶୁଦ୍ଧିକ୍ରିୟା ପୂର୍ବରୁ ବୋହୂ ମୃତ

ବାଲେଶ୍ବର : ଶ୍ବଶୁରଙ୍କ ମୃତ୍ୟୁରେ ଶୁଦ୍ଧି ହେବା ପାଇଁ ଆମେରିକାରୁ ଆସିଥିଲେ। ଗୋଟିଏ ଦିନ ପରେ ଶୁଦ୍ଧିକ୍ରିୟା ଥିଲା। ମାତ୍ର, ଟ୍ୟାଙ୍କର୍‌ ତଳେ ଚାପି ହୋଇ ସେ ପ୍ରାଣ ହରାଇଲେ। ମୃତ ମହିଳା ‌େ‌ହଲେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ଦେଉଳା ଗ୍ରାମର ପ୍ରସନ୍ନଜିତ୍‌ ମହାନ୍ତିଙ୍କ ପତ୍ନୀ କଳ୍ପନା(୩୮)।

ସ୍ବାମୀ ପ୍ରସନ୍ନଜିତ୍‌ଙ୍କ ସହ କଳ୍ପନାଙ୍କ ସହ ଆମେରିକାରେ ରହନ୍ତି। ତାଙ୍କ ଶ୍ବଶୁର ପଦ୍ମଲୋଚନଙ୍କର ଗତ ୯ ତାରିଖରେ ଦେହାନ୍ତ ହୋଇଯାଇଛି। ତାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବା କଳ୍ପନା ଗତକାଲି ବାଲେଶ୍ବରରେ ପହଞ୍ଚି ସଦର ଥାନା ଅଧୀନ ସିନ୍ଦୁରି ଅଂଚଳରେ ଥିବା ତାଙ୍କ ବାପଘରକୁ ଯାଇଥିଲେ। ଆଜି ସଂଧ୍ୟାରେ କଳ୍ପନା ତାଙ୍କ ବାପା ପରୀକ୍ଷିତ ବିଶ୍ବାଳଙ୍କ ସହ ଫେରୁଥିବା ସମୟରେ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର