ଗାଡ଼ି ଧକ୍କାରେ ଜଣେ ମୃତ

ଓଡ଼ଗାଁ : ଓଡ଼ଗାଁ-ନୟାଗଡ଼ ରାସ୍ତାର ପେଟାପଲୀ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ଛାଟିଆ ଜେନା (୪୫) ଓ ଘର ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ଧୁଶୁମା ଗ୍ରାମରେ। ନିଜ ଝିଅଘର ପଥରା ଗ୍ରାମକୁ ପନି ପରିବା ଓ ଫଳମୂଳ ନେଇ ସାଇକେଲ୍‌ ଯୋଗେ ଯାଉଥିବା ବେଳେ ଭୋର ସାଢେ ଚାରିଟା ବେଳେ ପେଟାପଲ୍ଲୀ ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ଏଥିରେ ତାଙ୍କ ମୁଣ୍ଡ ଓ ଶରୀରରେ ଗୁରୁତର ଆଘାତ ଲାଗିଥିଲା ଖବର ପାଇ ଓଡ଼ଗାଁ ଦମକଳ ବାହିନୀର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡିକାଲରେ ଭର୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏ ନେଇ ତାଙ୍କର ସମ୍ପର୍କୀୟ ବସନ୍ତ କୁମାର ସ୍ବାଇଁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର