କାର୍‌ ଧକ୍କାରେ ଗୁପ୍‌ଚୁପ୍ ବିକାଳୀ ମୃତ

ନିମାପଡ଼ା : ଆଜି ରାତି ସାଢେ ୯ଟା ବେଳେ ନିମାପଡ଼ା -କୋଣାର୍କ ରାସ୍ତାର ସବାର୍ପଡ଼ା ପ୍ରଧାନ ସାହି ନିକଟରେ ଏକ କାର ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରମେଶ, ତାଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି ଜଣାପଡ଼ିଛି। ସ୍ଥାନୀୟ ଦେଉଳି ସାହିରେ ଘରଭଡ଼ା ନେଇ ରମେଶ ଏଠାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ। ସୂଚନା ମୁତାବକ, ରମେଶ ଗୁପ୍‌ଚୁପ୍ ବେପାର ସାରି ସାଇକେଲ ଯୋଗେ ନିଜ ଭଡ଼ାଘରକୁ ଫେରୁଥିବା ବେଳେ କୋଣାର୍କରୁ ଫେରୁଥିବା ଏକ ନାନୋ କାର ତାଙ୍କୁ ସବାର୍ପଡ଼ା ପ୍ରଧାନ ସାହି ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶ ପ୍ରାଣ ହରାଇଥିଲେ।ଏହି ଘଟଣା ପରେ ସ୍ଥାନୀୟ ଲୋକେ ସବାର୍ପଡା ଗାଁ ମୁଣ୍ତ ନିକଟରେ ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର