ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ବଣାଇଁଗଡ଼ : ବଣାଇଁ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ସାପ୍ତାହିକ ବଜାର ନିକଟରେ ଜଣେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଶବକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବ୍ରାହ୍ମଣୀଧର ଗ୍ରାମର ଜୟରାମ ମୁଣ୍ଡା(୫୪) ଆଜି ଖୁଣ୍ଟଗାଁ ସାପ୍ତାହିକ ବଜାରକୁ ବଜାର କରିବା ପାଇଁ ଆସିଥିଲେ। ସେ ବଜାର ସାରି ଘରକୁ ଫେରୁଥିବା ସମୟରେ ବଜାର ନିକଟରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର