ମଦ ପାଇଁ ଗଡ଼ିଲା ମୁଣ୍ଡ

ସୋହେଲା: ମଦ ପାଇଁ ଗଡିଲା ମୁଣ୍ଡ । ବରଗଡର ସୋହେଲାରେ ଏହି ଘଟଣା ଘଟିଛି । ମାଗଣାରେ ମଦ ନଦେବାରୁ ଗଣ୍ଡଗୋଳ ଘଟି ମଦ ବ୍ୟବସାୟୀଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଛତିଶଗଡର ସଂଜୀବ ପ୍ରଧାନ । ଆହତ ଯୁବକମାନେ ବିଜେପୁର ଥାନା ବାଦିପାଲି ଗାଁର ବୋଲି ଜଣାପଡିଛି । ଘଟଣା ପରେ ମଦ ବ୍ୟବସାୟୀ ଓ ଅନ୍ୟ ଯୁବକ ଫେରାର ହୋଇଯାଇଛନ୍ତି ।

ବର୍ତ୍ତମାନ ପୁଲିସ ତନାଘନା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ବାଦିପାଲି ଗାଁର କିଛି ଯୁବକ ମଦ ପିଇବାକୁ ନିକଟସ୍ଥ ମଦ ଦୋକାନକୁ ଯାଇଥିଲେ । ମାଗଣାରେ ମଦ ଦେବାକୁ କହିବାକୁ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାପରେ ମଦ ବ୍ୟବସାୟୀଙ୍କ ଆକ୍ରମଣରେ ବାଦିପାଲି ଗାଁର ୩ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଛତିଶଗଡର ସଂଜୀବ ପ୍ରଧାନ ଛିଡା ହୋଇଥିବାବେଳେ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥଲା । ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର