ଡ୍ରେନ ଉପରେ ବସିଥିବାବେଳେ ମାଡ଼ିଗଲା ମିନିଟ୍ରକ, ଯୁବକଙ୍କର ମୃତ୍ୟୁ

କେନ୍ଦୁଝର: ତେଲକୋଇ ନିକଟସ୍ଥ କତରାପାଲି ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବାବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ ହୋଇଥିବାବେଳେ ସେ ଏହି ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଖକନ ରାସ୍ତା ପାର୍ଶ୍ୱ ଦେଇଯାଇଥିବା ଡ୍ରେନ ଉପରେ ବସିଥିଲେ | ତେବେ ଏହି ସମୟରେ ମିନିଟ୍ରକଟିଏ ଦ୍ରୁତ ଗତିରେ ଭାରସାମ୍ୟ ହରାଇ ଯୁବକଙ୍କ ଉପରେ ମାଡିଯାଇଥିଲା |

(Photo Credits: ANI)

ଆହତ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଥିଲେ। ତେବେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ ଏହି ରାସ୍ତାରେ ହମ୍ପସ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି | ତେଣୁ ତୁରନ୍ତ ହମ୍ପସଟିଏ ନିର୍ମାଣ କରିବା ପାଇଁ ସେମାନେ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର