ବୌଦ୍ଧ:କନଷ୍ଟେବଳ ନିଯୁକ୍ତି ପାଇଁ ଅନୁଷ୍ଠିତ ଦୌଡ଼ ପ୍ରତିଯୋଗିତା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ, ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ରିଜର୍ଭ ପୁଲିସ ଲାଇନ୍‌ ଠାରେ ଆଇଆରବି ୫ମ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ଅନୁଷ୍ଠିତ ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଘଟିଛି ଅଘଟଣ। ଶରୀରିକ ଦକ୍ଷତା ପ୍ରମାଣ ପାଇଁ ଅନୁଷ୍ଠିତ ୫କିଲୋମିଟର ଦୌଡ଼ ପ୍ରତିଯୋଗିତା ସମୟରେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଆଇଆରବିର ୫ମ ବାଟିଲିୟନରେ କନଷ୍ଟେବଳ ଭର୍ତ୍ତି ପାଇଁ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏହି ସମୟରେ ପ୍ରାୟ ୪ କିଲୋମିଟର ୮ଶହ ମିଟର ଦୌଡ଼ିବା ପେରେ ନୟାଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳର ପ୍ରଭାସୀ ନାୟକ(୨୨ ବର୍ଷ), ଢେଙ୍କାନାଳ ଜିଲ୍ଲାର କୁନା ନାୟକ(୨୨ ବର୍ଷ) ଓ ବଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର କରୋଡ଼ା ଗାଁର ପ୍ରଭାତ ସାହୁ(୨୩ ବର୍ଷ) ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରଭାସୀଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦୌଡ଼ ପ୍ରତିଯୋଗିତା ବେଳେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଢେଙ୍କାନାଳ ଜିଲ୍ଲାର କୁନା ନାୟକ(୨୨ ବର୍ଷ) ଓ ବଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର କରୋଡ଼ା ଗାଁର ପ୍ରଭାତ ସାହୁ(୨୩ ବର୍ଷ)ଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର