ଢେଙ୍କାନାଳ: ଶନିବାର ପୂର୍ବାହ୍ନରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ କ୍ରେନ୍ ଦୁର୍ଘଟଣା ଯୋଗୁଁ ଜଣେ ବାଟୋଇଙ୍କର ମୃତୁ ହେବା ସହ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।
ଗେଙ୍ଗୁଟିଆ ରେଲ୍େଓ୍ଵ ଓଭର୍ ବ୍ରିଜ୍ ପୂର୍ବରୁ ଘଟିଥିବା ଏହି ଦୁର୍ଘଟନାରେ ଆହତ ବ୍ୟକ୍ତିଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତ ବ୍ୟକ୍ତିଙ୍କ ନାମ ମନି। ଆହତ ବ୍ୟକ୍ତିଙ୍କ ନାମ ସାମସୁଦ୍ଦିନ୍। ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗରେ।
ସିଆର୍ଏମ୍ଏସ୍ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗେଙ୍ଗୁଟିଆ ଲେବଲ୍ କ୍ରସିଙ୍ଗ୍ ଠାରେ ତିଆରି ଚାଲିଥିବା ରେଳବାଇ ଓଭର୍ବ୍ରିଜ୍ କାମରେ ସେମାନେ ନିୟୋଜିତ ହୋଇଥିଲେ।
ଆଜି ସକାଳ ପ୍ରାୟ ୧୦ଟା ବେଳେ ସେମାନେ କାମାକ୍ଷା ଛକକୁ ଜଳଖିଆ ଖାଇବାକୁ ଆସୁଥିଲେ। ଏତିକିବେଳେ ରାସ୍ତାରେ ପଛପଟୁ ଆସୁଥିବା ଏକ କ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମନିଙ୍କର ମୃତ୍ୟୁ ହୋଇଥିବାବେଳେ ସାମସୁଦ୍ଦିନ୍ ସାଙ୍ଘାତିକ ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ।
ବିୟୋଗାନ୍ତ ଘଟଣାରେ ବ୍ୟଥିତ ସମ୍ପୃକ୍ତ ଅଞ୍ଚଳର ଲୋକେ ଉତ୍ତେଜିତ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/jcb-crash.jpg)