ବଣଭୋଜି ନୋହିଲା: ସମୁଦ୍ରରେ ବୁଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ସାଙ୍ଗମାନଙ୍କ ସହିତ ବଣଭୋଜି କରିବାକୁ ଯାଇଥିବା ଜଣେ ଆଇଆଇଟି ଛାତ୍ର ବୁଧବାର ଅପରାହ୍ଣରେ ସମୁଦ୍ରରେ ବୁଡ଼ିଯିବାରୁ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱର ଆଇଆଇଟିରୁ ପ୍ରାୟ ୪୦ଜଣ ଛାତ୍ର ବଣଭୋଜି କରିବାକୁ ପାରାଦୀପ ଯାଇଥିଲେ। ସେଠାରେ ଭୋଜି ଚାଲିଥିବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ଶ୍ରୀନାଥ ଘୋଷ ଓ ମଧ୍ୟପ୍ରଦେଶର ଭୋପାଳର ହିମାଂଶୁ ରାଠୋର ନେହେରୁ ମୁହାଣକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ଶ୍ରୀନାଥଙ୍କୁ ଉଦ୍ଧାର କରିଥିବା ବେଳେ ହିମାଂଶୁଙ୍କୁ ପାଇ ପାରି ନଥିଲେ। ପରେ ସାମୁଦ୍ରିକ ଥାନା କର୍ମଚାରୀମାନେ ସମୁଦ୍ର ଭିତରୁ ହିମାଂଶୁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ହିମାଂଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର