ହୀରାକୁଦର ଗୋଟିଏ ଗେଟ ଖୋଲାଗଲା

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ହୀରାକୁଦ ନଦୀବନ୍ଧର ଗୋଟିଏ ଗେଟ୍‌ ଖୋଲାଯାଇଛି। ଏହି ଗେଟ୍‌ ଦେଇ ୧୪ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୭୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି।
ହୀରାକୁଦ ନଦୀବନ୍ଧ ଜଳ ପରିଚାଳାନା ନିୟମ( ରୁଲ କର୍ଭ) ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ସମ୍ପୂର୍ଣ୍ଣ ହେବା କଥା। ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ୍‌ରେ ପହଞ୍ଚିବା କଥା। ମାତ୍ର ଗତକାଲିଠାରୁ ଜଳଭଣ୍ଡାରର ଜଳସ୍ତର ୬୨୯.୮୧ ଫୁଟ୍‌ ହୋଇଥିବାରୁ ଗତକାଲି ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର