ବାସୁଦେବପୁର : ସାଙ୍ଗ ହୋଇ ପିଲାମାନେ ଖେଳୁଥିଲେ। ଏତିକିବେଳେ ସେମାନେ ଭିମରଳ ଆକ୍ରମଣର ଶିକାର ହେଲେ। ଫଳରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ସାନକୃଷ୍ଣପୁର ପାରାପୋଖରୀ ଗାଁରେ। ଗତକାଲି ଅପରାହ୍ଣରେ ପାରାପୋଖରୀ ଗାଁର କିଛି ପିଲା ସାଙ୍ଗ ହୋଇ ଖେଳୁଥିଲେ। ଏହି ସମୟରେ ଦଳେ ଭିମରଳ ଆସି ପିଲାମାନଙ୍କୁ କାମୁଡ଼ିଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିଲେ। ଏନେଇ ଜାଣିବା ପରେ ଘରଲୋକ ସେମାନଙ୍କୁ ଗାଁରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ଆହତଙ୍କ ମଧ୍ୟରୁ ଗଣେଶ ବିଶ୍ବାଳଙ୍କ ଝିଅ ସାବିତ୍ରୀ (୫) ଗୁରୁତର ହେବାରୁ ତାଙ୍କୁ ଚାନ୍ଦିମାଳ ବଜାରରେ ଦୋକାନ କରିଥିବା ଜଣେ କ୍ବାକ୍ଙ୍କ ପାଖକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ବି ସାବିତ୍ରୀଙ୍କ ଯନ୍ତ୍ରଣା କମି ନଥିଲା। ଫଳରେ ଆଜି ସକାଳେ ପରିବାର ଲୋେକ ତାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସାବିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକ ମୃତଦେହ ଘରକୁ ନେଇ ସତ୍କାର କରିଦେଇଥିଲେ। ହେଲେ କଶିଆ ସାମୁଦ୍ରିକ ପୁଲିସ ଘଟଣା ବିଷୟରେ ଜାଣିବା ପରେ ଗ୍ରାମରେ ପହଞ୍ଚିଥିଲା। ଘର ଲୋକଙ୍କୁ ବୁଝାସୁଝା କରିବା ପରେ ପୋତାଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।
ଭିମରଳ ଆକ୍ରମଣରେ ଶିଶୁକନ୍ୟା ମୃତ, ଅନ୍ୟ ୨ ଜଣ ଗୁରୁତର
ଡାକ୍ତରଖାନରେ ଉତ୍ତେଜନା, ସଂପୃକ୍ତ କ୍ବାକ୍ ଫେରାର, ବ୍ୟବଚ୍ଛେଦ ପାଇଁ କଢ଼ାଗଲା ପୋତାଯାଇଥିବା ଶବ
/sambad/media/post_attachments/wp-content/uploads/2019/08/811167-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)