ଇମାମି ସିମେଣ୍ଟରେ ବଜ୍ରପାତ : ଶ୍ରମିକ ମୃତ,ଜଣେ ଗୁରୁତର

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଇମାମି ସିମେଣ୍ଟ୍‌ କାରଖାନା ପରିସରରେ ଆଜି ବଜ୍ରପାତରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାରେ କାମ ଚାଲିଥିବା ବେଳେ ସଂଧ୍ୟାରେ ବଜ୍ରପାତ ହୋଇଥିଲା। କାମ କରୁଥିବା ପଙ୍କପାଳ ଗ୍ରାମର ଶୈଳ ଦଳାଇଙ୍କ ପୁଅ ଅଭିମନ୍ୟୁ (୩୦)ଙ୍କର ବଜ୍ରପାତରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଯୋରନ୍ଦା ଅଞ୍ଚଳର ଭୋଳେଶ୍ୱର ବେହେରାଙ୍କ ପୁଅ ଶିଶିର (୩୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରାଯାଇଛି। ଅଭିମନ୍ୟୁ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଶିଶିର କାରଖାନାର ବିଲ୍‌ମେଟ୍‌ କଂପାନିର ମେକାନିକ୍‌ ଭାବେ କାମ କରୁଥିଲେ। ଖବର ପାଇ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡ଼ାଇ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର