ଦୁର୍ଲା ଘାଟରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ କୋଲାବ ଜଳଭଣ୍ଡାରେ ଆଜି ସକାଳେ ଗୋଟିଏ ଦେଶୀ ଡଙ୍ଗା ବୁଡ଼ିଯାଇଛି। ଦୁର୍ଲା ଘାଟରୁ ବାହାରିଥିବା ଦାଦା, ପୁତୁରା ଏହି ଡଙ୍ଗାରେ ଲମତାପୁଟ ଆସୁଥିଲେ। ତେବେ ଡଙ୍ଗା ବୁଡ଼ି ଯିବାରୁ ପୁତୁରା ନିଖୋଜ ହୋଇଯାଇଥିବା ବେଳେ ଦେବଦୂତ ପହଞ୍ଚି ଜଣେ ନାବାଳକ ଦାଦାକୁ ଉଦ୍ଧାର କରିଥିଲା। ଦଦରା ଡଙ୍ଗାଟି ଜଳଭଣ୍ଡାର ମଝିରେ ଭାରସାମ୍ୟ ହରାଇବାରୁ ଓଲଟି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜଳଭଣ୍ଡାର ମଝିରେ ଭାରସାମ୍ୟ ହରାଇ ଦଦରା କାଠ ଡଙ୍ଗାଟି ବୁଡ଼ି ଯାଇଥିଲା। ଦାଦା, ପୁତୁରା ବୁଡ଼ି ଯାଇ ସାହାଯ୍ୟ ପାଇଁ ଡାକ ପକାଇଥିଲେ। ଏହି ସମୟରେ ବିପରୀତ ଦଗରୁ ମେଡିକାଲ ଟିମକୁ ନେଇ ଯାଉଥିବା ଗୋଟିଏ ଦେଶୀ ଡଙ୍ଗା ଘଟଣାସ୍ଥଳରେ ଅଟକି ଥିଲା। ଡରଗୁଡା ଗ୍ରାମର ପଦ୍ମନ କ୍ରିସାନୀ (୧୩) ଉଭୟଙ୍କୁ ଉଦ୍ଧାର କରିବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା। ପାଣି ଭିତରକୁ ଡେଇଁ ଦାଦା ଗୋପୀ ହଣାଲଙ୍କୁ ଭିଡ଼ି ଆଣିଥିଲା ଡଙ୍ଗାକୁ। ସେତେ ବେଳକୁ ପୁତୁରା ଗୁରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର