କେନ୍ଦ୍ରାପଡ଼ାର ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ, ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୪୦ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିବା କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ସଂକ୍ରମିତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ।

ଗତକାଲି ରାଜ୍ୟରେ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ରାଜ୍ୟରେ ଏକ ରେକର୍ଡ ଥିଲା । ପୂର୍ବରୁ ଗତ ୩ ତାରିଖରେ ୧୫ ଟି ମାମଲା ସାମ୍ନାକୁ ଆସିଥିଲା । ରାଜ୍ୟରେ ଥିବା ୪୦ଟି ମାମଲା ମଧ୍ୟରୁ ୩୨ଟି ଭୁବନେଶ୍ୱରରେ ଚିହ୍ନଟ ହୋଇଛି । ତେବେ ଧୀରେ ଧୀରେ ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର