ବିଚ୍ଛିନ୍ନାଞ୍ଚଳରେ ଅପରେସନ୍‌ ଜାରି : ଏନ୍‌କାଉଣ୍ଟରରେ ନକ୍ସଲ ମୃତ, ୨ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ଛତିଶଗଡ଼ରେ ବିଜେପି ନେତାଙ୍କ ସମେତ ୨ ଜଣଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଯୋଡାମ୍ବ-ପଣସପଦର ଜଙ୍ଗଲରେ ଚାଲିଥିବା ମାଓ ଦମନ ଅପରେସନ୍‌ ଆଜି ମଧ୍ୟ ଜାରି ରହିଛି। ୩ ଦିନ ତଳେ ଆରମ୍ଭ ହୋଇଥିବା ଏହି ଅପରେସନ୍‌ରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିସହିତ, ପୁଲିସ୍‌ ମାଓ କ୍ୟାମ୍ପକୁ ଧ୍ୱଂସ କରିବା ସହିତ ୨ଟି ବନ୍ଧୁକ ଜବତ କରିଛି।

ସୂଚନା ଅନୁଯାୟୀ, ବିଚ୍ଛିନ୍ନାଞ୍ଚଳର ଯୋଡାମ୍ବ-ପଣସପଦର ଗାଁ ନିକଟରେ ମାଓବାଦୀ କ୍ୟାମ୍ପ କରିଥିବା ଏବଂ ଏଥିରେ କେତେଜଣ ଟପ୍‌ କ୍ୟାଡର୍‌ ମାଓବାଦୀ ଉପସ୍ଥିତ ଥିବା ଖବର ପାଇ ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ, ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଏବଂ ବିଶାଖାପାଟଣା ଏସ୍‌ପି ପି.ରାହୁଲ ରୁଦ୍ଧଦ୍ୱାର ବୈଠକରେ ଏକାଠି ହୋଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହାପରେ ଆନ୍ଧ୍ର ଓ ଓଡ଼ିଶା ପଟୁ ଜୋର୍‌ଦାର୍‌ ଅପରେସନ୍‌ ଆରମ୍ଭ ହୋଇଥିଲେ। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବାବେଳେ ସର୍ଚ୍ଚ ଅପରେସନ୍‌ ସମୟରେ ୨ଟି ବନ୍ଧୁକ ଜବତ କରାଯାଇଛି। ତେବେ, ମୃତ ନକ୍ସଲର ପରିଚୟ ମିଳିପାରିନାହିଁ।

ଅନପକ୍ଷରେ, ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୋଲିସ, ଡିଆରଜି ଏବଂ ଏସଟିଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ଦୁର୍ଦ୍ଧାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଦୁଇ ନକ୍ସଏ ହେଲେ ଲକ୍ଷ୍ମଣ କରାମ ଏବଂ ଭୁରସୁ ସଲାମ। ସେହିଭଳି, ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଆଜି ସକାଳେ ବିଜେପି କିଷାନ ମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିସହ ଜଣେ ଗ୍ରାମବାସୀକୁ ମଧ୍ୟ ନକ୍ସଲ ହତ୍ୟା କରିଥିବା ସୂଚନା ମିଳିଛ।

ସମ୍ବନ୍ଧିତ ଖବର